• Srimad Bhagabat Geeta Rahahshya
ପଢ଼ନ୍ତୁ ପଢ଼ନ୍ତୁ
ଶ୍ରୀମଦ୍ଭଗବତ ଗୀତା ରହସ୍ୟ
ଲେଖକ: ଡା: ସୁଧାଂଶୁ ଶେଖର ମିଶ୍ର
ହୋମିଓପ୍ୟାଥି ଚିକିତ୍ସକ, ପାଟଣାଗଡ଼, ବଲାଙ୍ଗିର, ପିନ: ୭୬୭ଠ୨୫,
ମୋ: ୯୪୩୭୨୧ଠ୨୯୬
ପ୍ରକାଶକ: ଅଗ୍ରଦୂତ, ବାଙ୍କାବଜାର, କଟକ-୨
ମୂଲ୍ୟ: ଟ. ୩୫ଠ/-
ସ୍ବରଚିତ ପୁସ୍ତକ ସମ୍ପର୍କରେ ଲେଖକୀୟ ଅଭିମତ
ବିଭିନ୍ନ ସାମ୍ପ୍ରଦାୟିକ ଆ·ର୍ଯ୍ୟଗଣ ନିଜ ନିଜ ମତବାଦକୁ ଗୀତା ସମର୍ଥିତ ବୋଲି ସେମାନଙ୍କ ଭାଷ୍ୟ ଲେଖିଥିଲେ ମଧ୍ୟ ଏଥିରେ ଏକ ବିଶିଷ୍ଟ ମତ ପ୍ରତିପାଦନ ହୋଇଛି (ଗୀ ୩/୨ ଓ ୫/୨ ଦ୍ରଷ୍ଟବ୍ୟ) । ଗୀତାର ଏହି ବିଶିଷ୍ଟ ଈଶ୍ୱରୀୟ ମତଟି କ’ଣ ତାହା ଏଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣନା ହୋଇଥିଲେ ମଧ୍ୟ ଧର୍ମା·ର୍ଯ୍ୟଙ୍କ ପରସ୍ପର ବିରୋଧୀ ମତବାଦର କଳା ପରଦା ଉହାଡରେ ତାହା ଲୁକ୍କାୟିତ । ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନ ଶ୍ରବଣ ଏବଂ ଈଶ୍ୱରୀୟ ସାହିତ୍ୟ, ବିଭିନ୍ନ ଆଧ୍ୟାତ୍ମିକ ଗ୍ରନ୍ଥ, ଆଧ୍ୟାତ୍ମିକ ପତ୍ରିକା, ବିଭିନ୍ନ ଧର୍ମା·ର୍ଯ୍ୟ ଓ ଭାଷ୍ୟକାରଙ୍କ କୃତ ଗୀତାର ଅନେକ ଭାଷ୍ୟ ଅଧ୍ୟୟନ, ମନନ ଓ ଚିନ୍ତନକୁ ପାଥେୟ କରି ଏହି ପୁସ୍ତକ ରଚନା କରାଯାଇଛି । ଏହା ଅଦ୍ୟାବଧି ଉପଲବ୍ଧ ସମସ୍ତ ଗୀତା ଭାଷ୍ୟଠାରୁ ସ୍ବତନ୍ତ୍ର ଓ ନବୀନ ବୋଲି ମନେ ହୁଏ । ଏଥିରେ ପାରଂପାରିକ ଭାଷ୍ୟ ରଚନାର ବିଧି ଅନୁସରଣ କରାଯାଇନାହିଁ । ବିଭିନ୍ନ ମାନବୀୟ ମତବାଦରୁ ଉଦ୍ଧ୍ୱର୍ରେ ରହି ଗୀତାରେ ଯେଉଁ ବିଶିଷ୍ଟ ଈଶ୍ୱରୀୟ ମତଟିକୁ ଭଗବାନ ପ୍ରତିପାଦନ କରିଛନ୍ତି ତାହା ଦୃଷ୍ଟିରେ ରଖି ଲେଖକ ତା’ର ବ୍ୟାଖ୍ୟା ପ୍ରଦାନ କରିଛି । ଏ ପୁସ୍ତକରେ ମୁଖ୍ୟତଃ ଭଗବାନଙ୍କ କଥିତ ଶ୍ଳୋକଗୁଡ଼ିକୁ ବ୍ୟାଖ୍ୟାର ଅନ୍ତର୍ଭୁକ୍ତ କରାଯାଇଛି । କାରଣ ଗୀତାରେ ଥିବା କେବଳ ଈଶ୍ୱରୀୟ ଜ୍ଞାନକୁ ପାଠକମାନଙ୍କୁ ପରିବେଷଣ କରିବା ଲେଖକର ଧ୍ୟେୟ । ତେଣୁ ପାରମ୍ପାରିକ ରୀତିରେ ପ୍ରତ୍ୟେକ ଶ୍ଳୋକର ଅର୍ଥ ଓ ବ୍ୟାଖ୍ୟା ନ ଲେଖି ପ୍ରତ୍ୟେକ ଅଧ୍ୟାୟ ବା ସେଥିରେ ଥିବା ମୁଖ୍ୟ ଆଧ୍ୟାତ୍ମିକ ବିଷୟକୁ ସୂଚିତ କରୁଥିବା ଶ୍ଳୋକ ଓ କ୍ରମାନ୍ୱୟରେ ଥିବା ଶ୍ଳୋକ ସମୂହର ଏକ ଶୀର୍ଷକ ପ୍ରସ୍ତୁତ କରି ସେଗୁଡ଼ିକର ଅର୍ଥ ଓ ବ୍ୟାଖ୍ୟା ଏ ପୁସ୍ତକରେ ଦିଆଯାଇଛି ।
ପାଠକ ଓ ସାଧକମାନଙ୍କ ଅଧ୍ୟୟନ, ମନନ ଓ ଚିନ୍ତନର ସୁବିଧା ପାଇଁ ଏହି ପୁସ୍ତକକୁ ଦୁଇଟି ଖଣ୍ଡରେ ବିଭକ୍ତ କରାଯାଇଛି । ପ୍ରଥମ ଖଣ୍ଡରେ ଗୀତା ଜ୍ଞାନର ଉଦ୍ଧେଶ୍ୟ, ଶ୍ରୀମଦ୍ଭଗବତ ଗୀତାର ଯଥାର୍ଥ ସ୍ବରୂପ, ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନରାବୃ ି, ଗୀତାର ଦାର୍ଶନିକ ତ ୍ୱ, ଆତ୍ମାତ ୍ୱ, ପରମାତ୍ମା ତ ୍ୱ ଓ ରାଜଯୋଗ ଏହିପରି ସାତଗୋଟି ପ୍ରବନ୍ଧ ସାତଟି ଅଧ୍ୟାୟ ରୂପେ ସ୍ଥାନ ପାଇଛି । ଏହାର ଗହନ ଅଧ୍ୟୟନ ଦ୍ୱାରା ଦ୍ୱିତୀୟ ଖଣ୍ଡରେ ଗୀତାର ଅଠରଗୋଟି ଅଧ୍ୟାୟସ୍ଥ ଯୋଗ ବିଷୟରେ ଲେଖକକୃତ ବ୍ୟାଖ୍ୟାଗୁଡ଼ିକ ସ୍ପଷ୍ଟ ଭାବରେ ବୁଝିବା ପାଇଁ ସହଜ ହେବ ।
-ଲେଖକ

This is written after 20 years of research on Geeta. More than 17 books of various authors have been taken as reference. A unique book on Geeta . No any similar books have been found on Geeta yet. It is a universal book irrespective of any religious belief .

Write a review

Note: HTML is not translated!
    Bad           Good

Srimad Bhagabat Geeta Rahahshya

  • ₹40.00


Related Products