• Aparthiba Prema Kabita
ଓଡ଼ିଶାର ପ୍ରଭାବଶାଳୀ କବି, କାବ୍ୟକୃତି ପାଇଁ ଅନେକ ସମ୍ମାନରେ ଅଳଂକୃତ ଶ୍ରୀ ହରପ୍ରସାଦ ଦାସଙ୍କ "ଅପାର୍ଥିବ ପ୍ରେମ କବିତା" ର ଆବେଦନ ସରଳ, କିନ୍ତୁ ଏହାର ସଂରଚନା ବହୁସ୍ତରୀୟ । କିଛି ଅଧିକାର, କିଛି ଅଭିମାନ, କିଛି ସନ୍ଦେହ, କିଛି ସମର୍ପଣ, କିଛି ପ୍ରତ୍ୟାହାର – ଏହି ଉପାଦାନରେ ଗଢ଼ାହୁଏ ଏକ ଦୃଶ୍ୟମାନ ସ୍ତର । ଏହି ସ୍ତରର ଠିକ୍ ତଳେ ଥାଏ ଛନ୍ଦାଛନ୍ଦି ହୋଇ ଅସଂଖ୍ୟ ମହାଦ୍ରୁମଙ୍କର ଅକଳନ ଚେର - ପାଣି ଟୋପାଏ ଶୋଷିବା ପାଇଁ ସେମାନେ ଫଟାଇ ପାରନ୍ତି ପଥର । ତା ତଳେ ଥାଏ ସେ ଅନ୍ତଃ ପ୍ରକୃତି, ନାରୀ ପୁରୁଷଙ୍କର ପରସ୍ପରର ଅଗ୍ନିକୁ ଧାରଣ କରିବାର ଗୋଟେ ଯଜ୍ଞବେଦୀ ଥାଏ ସେଠି । ତା ତଳେ ଥାଏ ନିଭୃତତମ ସ୍ବପ୍ନ, ମଣିଷର ଅସ୍ପଷ୍ଟ ଆକାରହୀନ ଅଂଗୀକାର ଜୀବନର । ତା ତଳେ ଥାଏ କଣ ଗୋଟେ ସୁନ୍ଦର, ଚିହ୍ନିଲା ଭଳି ଲାଗେ, ଉକୁଟି ଉଠେ ପୁଣି ମିଳାଇ ଯାଏ, ଧରି ରଖି ହୁଏନି ତାର ରକ୍ତିମାକୁ, ତାର ଉଷ୍ମତାକୁ । ସେ କିନ୍ତୁ ଥାଏ ଚିରକାଳ ସେହିଭଳି । ମାନବୀୟ ଆବେଦନରେ ଛଳଛଳ ଏ "ଅପାର୍ଥିବ ପ୍ରେମ କବିତା" ।

Write a review

Note: HTML is not translated!
    Bad           Good

Aparthiba Prema Kabita

  • ₹160.00


Related Products

Mo Jharakaru Dise Nayi
Aakhi Palakare Tume
Itara kahani

Itara kahani

₹275.00