Mo Jharkaru Dise Nayi (poetry collection) by Bijayalaxmi Paridaସମକାଳୀନ ଓଡ଼ିଆ କବିତା ପରମ୍ପରାରେ ବିଜୟଲକ୍ଷ୍ମୀ ପରିଡ଼ା ଜଣେ ସୂକ୍ଷ୍ମ ଓ ସଂବେଦନଶୀଳ କବି ଭାବେ ଜଣାଶୁଣା । ଆତ୍ମାରୁ ଆତ୍ମିକ, ଅଭିମାନରୁ ଅହଂକାର, ଶବ୍ଦରୁ ଶବ୍ଦାତୀତ ପରେ ବି ଆହୁରି କିଛି ଉଚ୍ଚାରଣ ପାଇଁ ଅଭିମାନସବୁ ଗୋଠ ବନାନ୍ତି ତାଙ୍କ କବିତାରେ ।‘ମୋ ଝର୍କାରୁ ଦିଶେ ନଈ’ ତାଙ୍କର ଦ୍ବିତୀୟ କବିତା ସଂକଳନ । ଏହା ପୂର୍ବରୁ ‘ଆଉ କେବେ କୁହନି ସେ କଥା’ ପ୍ରକାଶ ପାଇ ବେଶ୍‍ ପାଠକୀୟ ଆଦୃତି ଲାଭ କରିଥିଲା ।ବିଜୟଲକ୍ଷ୍ମୀଙ୍କ କବିତା ସଂପର୍କରେ ଆମ ସମୟର ପ୍ରଖ୍ୟାତ କବି ରମାକାନ୍ତ ରଥ କୁହନ୍ତି: ବିଜୟଲକ୍ଷ୍ମୀଙ୍କ ପ୍ରେମକବିତା ଜଣେ ସାହସିନୀ ପ୍ରେମିକାର ଉଚ୍ଚାରଣ । ସେ ପ୍ରେମିକର ଇଚ୍ଛାନୁଯାୟୀ ଜିଇବାକୁ ଚାହେଁନାହିଁ । ପ୍ରେମିକକୁ ସେ ଅବଶ୍ୟ ଭଲପାଏ, କିନ୍ତୁ ଏକାଠି ରହିବାର ସୁଖସୁବିଧା ପାଇଁ ସେ ତା’ର ନିଜତ୍ବକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ନୁହେଁ । ତା’ ନିଜର ଭଲପାଇଥିବା ସ୍ବପ୍ନଟିକୁ ସେ ବଜାୟ ରଖିବାକୁ ଚାହେଁ- କୌଣସି ସାଂସାରିକ ସୁଖ ପାଇଁ ନୁହେଁ, ତାକୁ ପରିପୂର୍ଣ୍ଣ କରୁଥିବା ଭଲପାଇବା ପାଇଁ । ସେ ଭଲପାଇବା ବସନ୍ତଋତୁର ଝଡ଼ାପତ୍ର, ପ୍ରେମିକକୁ ଗୋଟାପଣେ ଓଦା କରିଦେବାକୁ ସକ୍ଷମ । ପ୍ରେମିକକୁ ଓଦା କରିପାରୁଥିବା ଭଲପାଇବା ପ୍ରେମିକାକୁ କେତେ ଓଦା କରିଥିବ, ତାହା ବୁଝିବା କଷ୍ଟସାଧ୍ୟ ନୁହେଁ ।

Book Specifications
Author Name Bijaylaxmi Parida

Write a review

Note: HTML is not translated!
    Bad           Good

Mo Jharakaru Dise Nayi

  • ₹95.00


Related Products

Kabita Bi Katha Kahe
Aakhi Palakare Tume
Aparthiba Prema Kabita